ତାଲିବାନ

 27-12-2024

ଭାରତକୁ ଆତଙ୍କବାଦୀ ପ୍ରେରଣ ପାଇଁ ତାଲିବାନକୁ ଉପଯୋଗ କରୁଥିଲା ପାକିସ୍ତାନ
ନୂଆଦିଲ୍ଲୀ,୨୬।୧୨: ଆଫଗାନିସ୍ତାନରେ ଅସ୍ରଫ୍ ଘନିଙ୍କ ନେତୃତ୍ବାଧୀନ ସରକାରକୁ ବିତାଡିତ କରି ତାଲିବାନକୁ କ୍ଷମତାସୀନ କରାଇବାରେ ପାକିସ୍ତାନ ସହଯୋଗ କରିଥିଲା । ଏହି ତାଲିବାନକୁ ଉପଯୋଗ କରି ପାକିସ୍ତାନ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତକୁ ମୁକାବିଲା କରିଆସୁଥିଲା। ତାଲିବାନ ସହଯୋଗରେ ଭାରତ ମଧ୍ୟକୁ ପାକିସ୍ତାନ ଆତଙ୍କବାଦୀ ପ୍ରେରଣ କରୁଥିଲା । ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଆଫଗାନିସ୍ତାନର ତାଲିବାନ ଅଧ୍ୟୁଷିତ ଅଞ୍ଚଳରେ ପାକିସ୍ତାନ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ- ତୋଇବା ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିଲା। ତେଣୁ ଯେଉଁ ତାଲିବାନକୁ ପାକିସ୍ତାନ ଲାଳନପାଳନ କରିଥିଲା ତାହା ଏବେ ପାକିସ୍ତାନ ପାଇଁ ବଡ ବିପଦ ହେବାକୁ ଯାଉଛି। ତାଲିବାନକୁ ନିୟନ୍ତ୍ରଣ କରିବା ଲାଗି ପାକିସ୍ତାନ କୂଟନୈତିକସ୍ତରରେ ପ୍ରୟାସ କରିଥିବାବେଳେ ଏହା ବିଫଳ ହୋଇଛି । କାରଣ ଆଫଗାନିସ୍ତାନର ତାଲିବାନ ସରକାର ଏବେ ପାକିସ୍ତାନର କଥା ଶୁଣିବାକୁ ନାରାଜ।
ଭାରତକୁ ଆତଙ୍କବାଦୀ ପ୍ରେରଣ ପାଇଁ ତାଲିବାନକୁ ଉପଯୋଗ କରୁଥିଲା ପାକିସ୍ତାନ
https://samajaepaper.in/imageview_50_2712202424733290_4_74_27-12-2024_11_i_1_sf.html





Comments