ଅନୁପ୍ରବେଶ ଅପେକ୍ଷାରେ ଆତଙ୍କୀ,

 6-4-24

ଆତଙ୍କବାଦ   Terrorism

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ପାକ୍ ଆତଙ୍କବାଦୀ ନିପାତ
Infiltration attempt foiled, Pakistan terrorists killed  
https://news.vskodisha.com/odia-news-1444/
https://www.facebook.com/photo/?fbid=847023960772344&set=a.468788888595855
ବେଙ୍ଗଲୁରୁ ବିସ୍ପୋରଣର 2 ଅଭିଯୁକ୍ତ ଚିହ୍ନଟ
2 accused of Bengaluru cafe blast have been identified
https://www.facebook.com/photo/?fbid=847016470773093&set=a.468788888595855




ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର

27-12-2023

ଶ୍ରୀନଗର : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀଙ୍କ ଦ୍ୱାରା ୧୮ଟି ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡ ଏବେ ସକ୍ରିୟ କରାଯାଇଛି ଯେଉଁଥିରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି । ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ ଅଲ ବଦର, ଜୈଶ ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନ ଦ୍ୱାରା ପରିଚାଳିତ ହେଉଛି । ଆତଙ୍କବାଦୀ ସଂଗଠନ ପକ୍ଷରୁ ପିଓକେର ହାଜି ପୀର ସେକ୍ଟର, ଫରୱାର୍ଡ କହୁଟା, ପଢ଼ ମୋହଲ୍ଲା, ରଙ୍କଡି, ସିଢ଼ିୟାଂ, କୋଟଲି, ଲୀଲା ଉପତ୍ୟକା, ନୀଲମ ଉପତ୍ୟକ ଲଞ୍ଚ ପ୍ୟାଡ ପ୍ରସ୍ତୁତ କରାଯାଇଛି । ଆତଙ୍କବାଦୀଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ପାକିସ୍ତାନର ଏସଏସଜି କମାଣ୍ଡୋମାନେ ଜଙ୍ଗଲର ଗରିଲା ଯୁଦ୍ଧ ଏବଂ ମାର୍ଶଲ ଆର୍ଟ ତାଲିମ ପ୍ରଦାନ କରୁଛନ୍ତି । ଆତଙ୍କବାଦୀମାନେ ସୀମା ନିକଟରେ ପାକିସ୍ତାନୀ ସେନାର ପୋଷ୍ଟରେ ଛାଉଣି କରିଛନ୍ତି ଏବଂ ଏଠାରୁ ସେମାନେ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କୁ ନିକଟରେ ଥିବା ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଉଛି । କଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଅଞ୍ଚଳରୁ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ଏଠାରେ ରିପୋର୍ଟ ହୋଇଛି ଆତଙ୍କବାଦୀମାନେ ପୁଣି ଥରେ ପିଓକେରେ ସକ୍ରିୟ ହୋଇଛନ୍ତି । ଅନୁପ୍ରବେଶ ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି । ତେବେ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସଜାଗ ରହିଛନ୍ତି ।


ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କୀ, 

ନୂଆଦିଲ୍ଲୀ,୧୬ ।୧୨ -23 : ଭାରତ ସୀମାରେ ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନ ସୀମାରେ ୨୫୦-୩୦୦ ଆତଙ୍କୀ ଲଞ୍ଚ ପ୍ୟାଡ୍ରେ ଅଛନ୍ତି । ସେମାନେ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ବିଏସଏଫ୍ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।ବିଏସଏଫ ଅଧିକାରୀଙ୍କ ରିପୋର୍ଟ ମୁତାବକ, ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଇଛି । ସୀମା ଆରପଟୁ କୌଣସି ପ୍ରକାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯିବ । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ସମ୍ବାଦିକ ସମ୍ମିଳନୀରେ ବିଏସଏଫ୍ର ଆଇଜି ଅଶୋକ ଯାଦବ କହିଛନ୍ତି, ଲଞ୍ଚ ପ୍ୟାଡ୍ରେ ୨୫୦-୩୦୦ ଆତଙ୍କୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ ଥିବା ଗୁଇନ୍ଦା ସୂଚନା ମିଳିଛି । ତେଣୁ ଆତଙ୍କୀ ଗତିବିଧିକୁ ଦେଖି ବିଏସଏଫ୍ ଏବଂ ସେନା ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିଛନ୍ତି ଓ ସତର୍କ ରହିଛନ୍ତି । ତେଣୁ କୌଣସି ପ୍ରକାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯିବା ନେଇ ଭାରତୀୟ ସେନା ନିଶ୍ଚିତ ଅଛୁ ୟ ବିଗତ କିଛି ବର୍ଷ ହେଲା ସୁରକ୍ଷାକର୍ମୀ ଏବଂ କାଶ୍ମୀରର ଲୋକଙ୍କ ମଧ୍ୟରେ ଯୋଗସୂତ୍ର ବଢ଼ିଛି । ଯଦି ଲୋକେ ଆମକୁ ସହଯୋଗ କରିବେ ତା\'ହେଲେ ଆମେ ବିକାଶ କାମକୁ ଭଲଭାବେ ଆଗକୁ ବଢ଼ାଇପାରିବୁ ବୋଲି ସେ କହିଛନ୍ତି । 


Comments