6-4-24
ଆତଙ୍କବାଦ Terrorism
ଅନୁପ୍ରବେଶ ଉଦ୍ୟମ ପଣ୍ଡ, ପାକ୍ ଆତଙ୍କବାଦୀ ନିପାତInfiltration attempt foiled, Pakistan terrorists killed
https://news.vskodisha.com/
https://www.facebook.com/
ବେଙ୍ଗଲୁରୁ ବିସ୍ପୋରଣର 2 ଅଭିଯୁକ୍ତ ଚିହ୍ନଟ
2 accused of Bengaluru cafe blast have been identified
https://www.facebook.com/
5-4-2024ଆତଙ୍କବାଦ Terrorismଦୁଇ ପାକିସ୍ତାନୀ ନାଗରିକ ଗିରଫTwo Pakistani nationals were arrested
ଲଶ୍କର-ଏ-ତୈଇବାର ଆତଙ୍କବାଦୀ ଗିରଫ
7-2-24
ନୂଆଦିଲ୍ଲୀ ୬ ।୨ (ଏଜେନ୍ସି) : ଦିଲ୍ଲୀ ପୋଲିସ ହାତରେ ବଡ ସଫଳତା ଦିଲ୍ଲୀରେ ଲଶ୍କର-ଏତୈଇବାର କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଜାମ୍ମୁ କାଶ୍ମୀରର କୁପୱାରା ଠାରେ କାର୍ଯ୍ୟ କରୁଥିବା ମଡ୍ୟୁଲର ଏହି ସକ୍ରିୟ ଆତଙ୍କବାଦୀଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଗିରଫ କରିବାରେ ପୋଲିସ ଟିମ୍ ସଫଳ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି । ଅଭିଯୁକ୍ତ ଆତଙ୍କବାଦୀ ରିୟାଜ ଅହମ୍ମଦ ବୋଲି ଜଣାପଡିଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଦିଲ୍ଲୀ ପୋଲିସ ଏବଂ ରେଳ ପୋଲିସ ସୂଚନା ଦେଇଛି ଯେ ଏହି ଅଭିଯୁକ୍ତ ଆତଙ୍କବାଦୀ ଖଙଉ ର ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅଭିଯୁକ୍ତ ଜଣେ ଅବସରପ୍ରାପ୍ତ ସୈନିକ । ସେ କେଉଁ ଉଦ୍ଦେଶ୍ୟରେ ଦେଶର ରାଜଧାନୀରେ ଥିଲେ, ତାହା ମଧ୍ୟ ଜଣା ପଡିନାହିଁ । ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା କରୁଛି । ସେ ଖୁରସିଦ ଅହମ୍ମଦ ବରଂ ଗୁଲାମ ସରୱାରଙ୍କ ସହ ଷଡଯନ୍ତ୍ରରେ ଜଡିତ ଥିଲେ ଏବଂ ଆତଙ୍କବାଦୀଙ୍କ ଦ୍ାରା ଖଙଉ ରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରୁଥିଲେ । ସେ କାଶ୍ମୀରର କୁପୱାରା ନିବାସୀୟ ଗୁପ୍ତ ତଥ୍ୟକୁ ଆଧାର କରି ପୋଲିସ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ସକାଳେ ଗିରଫ କରିଥିଲାଫ ପୋଲିସର ସୂଚନାନୁସାରେ ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଜବତ କରାଯାଇଛି । ଆଇନର ଉପଯୁକ୍ତ ବିଭାଗ ଅଧୀନରେ ଅଭିଯୁକ୍ତ ରିୟାଜ ଅହମ୍ମଦଙ୍କୁ ଗିରଫ କରାଯାଇଛି ଏବଂ ଜାମ୍ମୁ କାଶ୍ମୀରର ସମ୍ପୃକ୍ତ ପୋଲିସ ଷ୍ଟେସନର ପୋଲିସ କର୍ମଚାରୀଙ୍କୁ ସେମାନଙ୍କ ସ୍ତରରେ ଅଧିକ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଦିଆଯାଇଛି ।
Comments
Post a Comment